ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଛନଛଡ଼ା ଗ୍ରାମର ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶିକ୍ଷକ ସୁଦାମ ଚରଣ ପୁରୋହିତ । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ନିର୍ବାଚନ ଡ୍ୟୁଟି ସାରି ସୁଦାମ ଘରକୁ ଫେରୁଥିବା ବେଳେ ଟିଟିଲାଗଡ଼ରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ପରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଳିକା ବିଦ୍ୟାଳୟଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଶେଷ ଦର୍ଶନ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ । ଏହି ସମୟରେ ସଇଁନ୍ତଲା ବ୍ଲକର ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।