କରୋନା ମୁକାବିଲାରେ ୧୫୦୦ କୋଟି ସହାୟତା ଘୋଷଣା କଲେ ରତନ ଟାଟା

ନୂଆଦିଲ୍ଲୀ : ଭାରତ ସମେତ ସମଗ୍ର ବିଶ୍ୱବାସୀ ଏବେ କରୋନା ସହ ଯୁଦ୍ଧ ଲଢ଼ୁଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ସହାୟତାର ହାତ ବଢ଼ାଉଛନ୍ତି। ସେମାନଙ୍କ ମଧ୍ୟରୁ ଦେଶର ପ୍ରସିଦ୍ଧ ଉଦ୍ୟୋଗପତି ରତନ ଟାଟା ୧୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଟ୍ୱିଟ ମାଧ୍ୟମରେ ସେ କହିଛନ୍ତି କି, କରୋନା ଭାଇରସ ସଙ୍କଟ ସବୁଠୁ କଠିନ ପରୀକ୍ଷା ସଦୃଶ। ଟାଟା ସମୂହ କମ୍ପାନୀ ସର୍ବଦା ଏଭଳି ସ୍ଥିତିରେ ଦେଶ ସହିତ ଛିଡ଼ା ହୋଇଛି ଆଉ ଏବେ ଦେଶକୁ ସହାୟତାର ଆବଶ୍ୟକତା ରହିଛି।