ବାଲେଶ୍ୱର ବିଧାନସଭା ପରିଚାଳନା କମିଟିରେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଜେପି ଓଡ଼ିଶା ପକ୍ଷରୁ ବାଲେଶ୍ୱର ବିଧାନସଭା ପାଇଁ ଗଠନ କରାଯାଇଥିବା ୧୬ ଜଣିଆ ପରିଚାଳନା କମିଟିରେ ଟଙ୍କଧର ତ୍ରିପାଠୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଟଙ୍କଧରଙ୍କ ନାମ ପରିଚଳନା କମିଟିରେ ଘୋଷଣା ହେବାପରେ ବାଲେଶ୍ୱର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି।

ପ୍ରକାଶଯୋଗ୍ୟ ଯେ, ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ମଦନମୋହନ ଦତ୍ତଙ୍କ ବିୟୋଗ ପରେ ଆସନ୍ତା ନଭେମ୍ବର ୩ ତାରିଖ ବାଲେଶ୍ୱର ବିଧାନସଭା ପାଇଁ ଉପନିର୍ବାଚନ କରାଯିବା ନେଇ ନିର୍ବାଚନଆୟୋଗ ଘୋଷଣା କରିଛନ୍ତି। ବାଲେଶ୍ୱର ବିଧାନସଭାର ଏହି ନିର୍ବଚନ ପାଇଁ ବିଜେପିି ଓଡ଼ିଶା ପକ୍ଷରୁ ଏକ ୧୬ ଜଣିଆ ପରିଚାଳନା କମିଟି ଗଠନ କରାଯାଇଛି।