‘ଲୋକାଲ ଫର୍ ଦିୱାଲୀ’ର ମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ଆଜି ୬୦୦ କୋଟି ଟଙ୍କାର ବିନିଯୋଗରେ ୩୦ଟି ପରିଯୋଜନାର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ସ୍ଥାନୀୟ ଉତ୍ପାଦନକୁ ଗୁରୁତ୍ୱ ଦେବା ପାଇଁ ‘ଲୋକାଲ ଫର୍ ଦିୱାଲୀ’ର ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦକଙ୍କ ସାହସ ବଢ଼ିବ ଓ ଭାରତକୁ ଶୀର୍ଷରେ ପହଂଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ‘ଲୋକାଲ ଫର୍ ଭୋକାଲର ଅର୍ଥ କେବଳ ଦୀପ ନୁହେଁ ସବୁ ଜିନିଷ କିଣିବା।’

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ବୋଧନରେ ବନାରସର ବିକାଶ ସମ୍ବନ୍ଧରେ ଉଲ୍ଲେଖ କରିବା ସହ ଅନେକ କ୍ଷେତ୍ରରେ ପୂର୍ବାଞ୍ଚଳର ଏହି କେନ୍ଦ୍ର ଖୁବ୍ ଦ୍ରୁତ ଗତିରେ ବିକାଶ ଦିଗରେ ଆଗେଇ ଚାଲିଥିବା କହିଛନ୍ତି। ଗୋଟିଏ ପଟେ ଶିଳାନ୍ୟାସ ହେଉଥିବାବେଳେ ଅନ୍ୟପଟେ ଲୋକାର୍ପଣ ହେଉଛି। ଆଜି ପାଖାପାଖି ୨୨୦ କୋଟିର ଯୋଜନା ଲୋକାର୍ପଣ ହେବାସହ ୪୦୦ କୋଟି ଟଙ୍କାର ୧୪ଟି ଯୋଜନାରେ କାମ ଆରମ୍ଭ ହୋଇଥିବା ମୋଦୀ କହିଛନ୍ତି।