ଓଡିଶା ଓପନ୍: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

କଟକ,ଏନ୍ଏନ୍ଏସ୍: ବିଡବ୍ଲ୍ୟୁଏଫ୍ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲ। ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା। ବାଲକେଶରୀ ଯାଦବ ଓ ଶ୍ବେତପର୍ଣ୍ଣାଙ୍କ ଯୋଡ଼ି ଅର୍ଜୁନ ଏମ.ଆର ଓ ତ୍ରିଶା ଜଲିଙ୍କ ଯୋଡି ଠାରୁ ୨-୦ ସେଟରେ ପରାସ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଓଡ଼ିଶା ଓପନରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି।

ଶ୍ବେତପର୍ଣ୍ଣା ପରାସ୍ତ ହେବା ପରେ ବିଡବ୍ଲ୍ୟୁଏଫ୍ ସୁପର ୧୦୦ରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ଶେଷ ହୋଇଛି। ପ୍ରଥମ ଓଡ଼ିଆ ଭାବେ ବିଡବ୍ଲ୍ୟୁଏଫ୍ ସୁପର ୧୦୦ର ସେମିଫାଇନାଲରେ ପ୍ରବେଶ କରିଥିଲେ ଶ୍ବେତପର୍ଣ୍ଣା। ତେବେ ଓଡିଶାରୁ ମୋଟ ୫ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହା ଶ୍ବେତପର୍ଣ୍ଣାଙ୍କ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ସେ ପ୍ରଥମ ଓଡିଆ ଝିଅ ଭାବେ ବିଡବ୍ଲ୍ୟୁଏଫ୍ ସୁପର ୧୦୦ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ।