କାଲି ଦୁର୍ନୀତି ବିରୋଧ ମଞ୍ଚର ଶପଥ ଗ୍ରହଣ

ବାଲିଗୁଡ଼ା, ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ପ୍ରତ୍ୟେକ୍ଷ ତତ୍ୱାବଧାନରେ ନବଗଠିତ ମା’ ଦୁର୍ଗା ଦୁର୍ନୀତି ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ଜଣାଇଛନ୍ତି । ଏଥିରେ ୩ଟି ୱାର୍ଡର ଜନସାଧାରଣ ଯୋଗଦେବାକୁ ନିବେଦନ କରିଛନ୍ତି । ବାଲିଗଡ଼ାରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପରେ ଏନଏସିର ଅନ୍ୟାନ୍ୟ ୱାର୍ଡରେ କମିଟି ଗଠିତ ହେଉଛି । ସମସ୍ତ ୱାର୍ଡରେ କମିଟି ଗଠନ ପରେ ପର୍ଯ୍ୟାୟକ୍ରମେ ବାଲିଗୁଡ଼ା ସହରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମିଳିତ ମହାମଞ୍ଚ ଗଠନ ହେବ ବୋଲି ସୂଚନା ମିଳିଛି ।