ମା’ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମଞ୍ଚର ଶପଥ ଗ୍ରହଣ ଉତ୍ସବ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ଗ୍ରାମ୍ୟ କମିଟିର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନବଗଠିତ ମା’ ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ଶପଥ ଗ୍ରହଣ ଉତ୍ସବ ନୂଆସାହି ବରାଳଦେବୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଞ୍ଚର ଆବାହକ ଲଳିତ ପାତ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ବିଜୟଚନ୍ଦ୍ର ଖଣ୍ଡଗିରି ନବନିର୍ବାଚିତ ପଦାଧିକାରୀଙ୍କୁ ଶପଥପାଠ କରାଇଥିଲେ । ଏଥିରେ ସଭାପତି ଭାବେ ଜଳେନ୍ଦ୍ର ପାତ୍ର, ଉପସଭାପତି ଭାବେ ଅର୍ଜୁନ ନାୟକ, ସମ୍ପାଦକ ଭାବେ ଅମନ ଅଫତାବ, ସହସମ୍ପାଦକ ଭାବେ ଶୁକଦେବ ନାୟକ ଓ ଯୁଗ୍ମସମ୍ପାଦକ ଭାବେ ମାନସ ଆମୟତ ଶପଥ ପାଠ କରିଥିଲେ । ଏଥିସହିତ ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଆଇନଜୀବୀ ଶେଖ ସାଦିକ, ଯୁବ ଆଇନଜୀବୀ ଭାବେ ଜଗଦିଶ ସାମନ୍ତରାୟ ଓ ଗଣମାଧ୍ୟମ ସଂଯୋଜକ ଭାବେ ସାମ୍ବାଦିକ ପ୍ରମୋଦ ଦଣ୍ଡସେନାଙ୍କୁ ଚୟନ କରାଯାଇଥିଲା ।