ଜେନେଭା : ଭାରତରେ ଜନ୍ମିତ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଭିଜିତଙ୍କ ସହ ଆଉ ତିନିଜଣ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବା ପାଇ ମନୋନୀତ ହୋଇଥିବା ଜଣାପଡିଛି। ତିନି ଜଣଙ୍କ ମଧ୍ୟରେ ଅଭିଜିତଙ୍କ ପତ୍ନୀ ଏସ୍ତର ଡୁଫ୍ଲୋ ରହିଥିବାବେଳେ ଆଉଜଣେ ମାଇକେଲ କ୍ରେମରଙ୍କ ନାମ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛି।
BREAKING NEWS:
The 2019 Sveriges Riksbank Prize in Economic Sciences in Memory of Alfred Nobel has been awarded to Abhijit Banerjee, Esther Duflo and Michael Kremer “for their experimental approach to alleviating global poverty.”#NobelPrize pic.twitter.com/SuJfPoRe2N— The Nobel Prize (@NobelPrize) October 14, 2019
ଅଭିଜିତ ବାନାର୍ଜୀ ୧୯୬୧ ଫେବୃଆରୀ ୨୧ରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୧ରେ କୋଲକାତା ୟୁନିଭର୍ସିଟିରୁ ବିଏସସି, ୧୯୮୩ରେ ଜବାହର ଲାଲ ନେହେରୁ ୟୁନିଭର୍ସିଟିରେ ବିଏସସିରେ ଏମଏ କରିଥିଲେ। ଏହା ପରେ ସେ ହାଭାର୍ଡ ୟୁନିଭର୍ସିଟିରୁ ୧୯୮୮ରେ ପିଏଚଡି ହାସଲ କରିଥିଲେ। ବର୍ତ୍ତମାନ ସେ ଆମେରିକାର ମେସାଚୁସେଟସ୍ ଇନଷ୍ଟିଚ୍ୟୁୟଟ ଅଫ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି।