ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାପତ୍ର ସ୍ୱୀକାର କଲେନି ବାଚସ୍ପତି

ପଶ୍ଚିମବଙ୍ଗ: ତୃଣମୂଣ କଂଗ୍ରେସର ଲୋକପ୍ରିୟ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାପତ୍ର ପଶ୍ଚିମବଙ୍ଗ ବିଧାସଭା ବାଚସ୍ପତି ସ୍ୱୀକାର କରିନାହାନ୍ତି। ଏନେଇ ନିଜେ ବାଚସ୍ପତି ସୂଚନା ପ୍ରଦାନ କରିଛନ୍ତି। ଶୁଭେନ୍ଦୁଙ୍କ ଇସ୍ତଫାପତ୍ରରେ ପ୍ରକ୍ରିୟାଗତ ତ୍ରୁଟି ଥିବାରୁ ଏହାକୁ ସ୍ୱୀକାର କରାଯାଇ ନାହିଁ ବୋଲି ବିଧାନସଭା ଅଧ୍ୟକ୍ଷ ବିମାନ ବାନାର୍ଜୀ କହିଛନ୍ତି।

ଶୁଭେନ୍ଦୁ ଗୁରୁବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ଶନିବାର ପୂର୍ବ ମେଦିନୀପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରେ ବିଜେପିରେ ଯୋଗଦେବେ ବୋଲି ଆକଳନ କରାଯାଉଛି। ଆଗାମୀ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ବିଜେପିର ପ୍ରସ୍ତୁତିକୁ ସମୀକ୍ଷା କରିବା ଲାଗି ଶାହ ୨ ଦିନିଆ କୋଲକାତା ଗସ୍ତରେ ଯାଉଛନ୍ତି।

ସୂଚନାଯୋଗ୍ୟ, ଶୁଭେନ୍ଦୁ ଦଳ ଛାଡ଼ିବା ପରେ ଆଉ ୨ ବିଧାୟକ ଶୀଳଭଦ୍ର ଦତ୍ତା ଓ ଜିତେନ୍ଦ୍ର ତିୱାରୀ ଇସ୍ତଫା ଦେଇଛନ୍ତି। ଏଥିସହିତ ସମସ୍ତେ ଆଗାମୀ ଦିନରେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।