ରାୟଗଡ଼ା,ଏନ୍ଏନ୍ଏସ୍: ଟପ ମାଓନେତା ଗଣପତି ଓରଫ ମୁପାଲା ଲକ୍ଷ୍ମଣ ରାଓ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିବାବେଳେ ଗତକାଲି ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ପ୍ରବକ୍ତା ଅଭୟଙ୍କ ପ୍ରେସ ବିଜ୍ଞାପ୍ତିକୁ ନେଇ ବଢ଼ିଛି ଦ୍ୱନ୍ଦ। ଏହି ପ୍ରେସନୋଟରେ ସ୍ୱାସ୍ଥ୍ୟଗତ କାରଣରୁ ଗଣପତି ଆତ୍ମସମର୍ପଣ ନୁହଁ ବରଂ ଆତ୍ମଗୋପନ କରିଥିବା ଲେଖାଯାଇଛି। ୨୦୧୮ ମସିହାରୁ ଗଣପତିଙ୍କ ସ୍ୱାସ୍ଥ୍ୟଗତ କାରଣରୁ ନିଜେ ମାଓ ସଙ୍ଗଠନରୁ ଦୂରେଇ ଯାଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡ଼ୋଭାଲ ଏବଂ ବିଜୟ କୁମାରଙ୍କ ଏହା ଏକ ଷଡ଼ଯନ୍ତ୍ର ବୋଲି ପ୍ରେସ ବିଜ୍ଞାପ୍ତିରେ ଦର୍ଶାଇଛନ୍ତି। ତେବେ ସବୁଠାରୁ ବଡ଼କଥା ହେଲା ଏଭଳି ଘଟଣା ହେଲେ ମାଓ ସଂଗଠନ ପକ୍ଷରୁ ସବୁବେଳେ ଅଡ଼ିଓ ଟେପ କିମ୍ବା ସାକ୍ଷାତକାର ଦିଆଯାଇ ଘଟଣାସମ୍ପର୍କରେ ସ୍ୱଷ୍ଟ କରଯାଇଥାଏ। ହେଲେ ଗଣପତିଙ୍କ କ୍ଷେତ୍ରରେ ସେମିତି କିଛି ହୋଇନାହିଁ। ତେଣୁ ପ୍ରକୃତରେ ଗଣପତି ଆତ୍ମସମର୍ପଣ କରିଛନ୍ତି ନା ନାହିଁ ସେନେଇ ଏବେ ଦ୍ୱନ୍ଦ ବଢ଼ିଛି ।