ହସ୍ତଶିଳ୍ପ ଓ ହସ୍ତତନ୍ତ ବିକାଶ ପରିଷଦର ସଦସ୍ୟା ହେଲେ ସୁଶ୍ରୀ ପ୍ରଭାତୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦର ନୂତନ ୨୪ ଜଣିଆ କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଘୋଷଣା କରାଯାଇଛି । ଏହାର ଅଧ୍ୟକ୍ଷ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଥିବାବେଳେ ଏହି ଉନ୍ନୟନ ପରିଷଦର ସଦସ୍ୟା ଭାବେ ନବରଙ୍ଗପୁରର ଲାଖ ହସ୍ତଶିଳ୍ପୀ ସୁଶ୍ରୀ ପ୍ରଭାତୀ ପାତ୍ର ମନୋନୀତ ହୋଇଛନ୍ତି । ଏନେଇ ଜିଲ୍ଲାର ସମସ୍ତ ଲାଖ ଶିଳ୍ପୀ ଓ ହସ୍ତଶିଳ୍ପୀମାନେ ଶୁଭେଚ୍ଛା ଜଣାଇଛନ୍ତି ।