ତିହାଡ଼ ଜେଲରେ କଏଦୀଙ୍କୁ କୁସ୍ତି ଶିଖାଉଛନ୍ତି ସୁଶୀଲ କୁମାର

ନୂଆଦିଲ୍ଲୀ: ହତ୍ୟା ଅଭିଯୋଗରେ ତିହାଡ଼ ଜେଲରେ ବନ୍ଦ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟନେସ ଓ ରେସଲିଂର ଟ୍ରେନିଂ ଦେଉଛନ୍ତି । ଟ୍ରେନିଂ ଦେବା ପାଇଁ ଜେଲ ଅଧିକାରୀ ସୁଶୀଲଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ପାଖାପାଖି ୬ରୁ ୭ଜଣ ଏବେ ସୁଶୀଲଙ୍କଠାରୁ ଟ୍ରେନିଂ ନେଉଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ଜେଲ ଅଧିକାରୀ କହିଛନ୍ତି ଯେ, ସୁଶୀଲ କୁମାର ନିକଟରେ ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି । ଯଦି କେହି ଶିଖିବାକୁ ଚାହିଁବେ ତେବେ ଶିଖି ପାରିବେ । ଏହି ଯୋଜନା ପୂର୍ବରୁ ଥିଲା କିନ୍ତୁ କରୋନା ପାଇଁ ହୋଇପାରୁ ନଥିଲା । ଏବେ କରୋନା ସଂକ୍ରମଣ କମିଥିବାରୁ ଟ୍ରେନିଂ ଆରମ୍ଭ କରି ଦିଆଯାଇଛି ।

ସୂଚନାଯୋଗ୍ୟ, ରେସଲର ସାଗର ଧନକଡ଼ଙ୍କୁ ଛତ୍ରସାଲ ଷ୍ଟାଡିୟମରେ ମାର୍ଚ୍ଚ ୨୩ ୨୦୨୧ରେ ହତ୍ୟା କରିଥିବା ଅଭିଯୋଗରେ ସୁଶୀଲ କୁମାର ଏବଂ ତାଙ୍କ ସାଥୀ ଅଜୟ କୁମାରଙ୍କୁ ଗିରଫ କରାଯାଇଥିଲା ।