Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇତିହାସ ରଚିଲେ ଡିଏମ ସୁହାସ ୟାଥିରାଜ୍, ରୋମାଞ୍ଚକର ମ୍ୟାଚ୍‌ରେ ବ୍ୟାଡମିଣ୍ଟନରେ ଜିତିଲେ ରୌପ୍ୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇତିହାସ ରଚିଲେ ଡିଏମ ସୁହାସ ୟାଥିରାଜ୍, ରୋମାଞ୍ଚକର ମ୍ୟାଚ୍‌ରେ ବ୍ୟାଡମିଣ୍ଟନରେ ଜିତିଲେ ରୌପ୍ୟ

ଜାପାନ,ଏଜେନ୍ସି: ଟୋକିଓରେ ପାରା ଅଲିମ୍ପିକ୍ ଗେମ୍ସର ଶେଷ ଦିନରେ ହୋଇପାରେ ପଦକର ବର୍ଷା। ଆରମ୍ଭରୁ ପଦକ ହାସଲ କରିଛନ୍ତି ନୋଏଡା ଡିଏମ୍ ସୁହାସ୍ ଏଲ୍ ୟାଥିରାଜ। ବ୍ୟାଡମିଣ୍ଟନ ପୁରୁଷ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ହାରିଛନ୍ତି ସୁହାସ। ଏହି କ୍ରମରେ ସେ ଭାରତ ପାଇଁ ରୋପ୍ୟ ପଦକ ଜିତିଛନ୍ତି। ଏଥିସହିତ ଭାରତର ପଦକ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି।

ସୁହାସ ଉତ୍ତର ପ୍ରଦେଶ କ୍ୟାଡରର ଜଣେ ଆଇଏଏସ୍ ଅଫିସର। ସେ ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭେଚ୍ଛା ଜଣାଇଛନ୍ତି। ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ଏଯାବତ୍ ୧୮ଟି ପଦକ ଜିତିଛି। ୪ଟି ସ୍ଵର୍ଣ୍ଣ ପଦକ ସହ ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ହାସଲ କରିଛି ଭାରତ। ଏହା ଟୋକିଓ ପାରାଅଲିମ୍ପିକ୍ସ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ରିଓ ପାରା ଅଲିମ୍ପିକ୍(୨୦୧୬)ରେ ଭାରତ ୨ଟି ସ୍ଵର୍ଣ୍ଣ ସହ ୪ଟି ପଦକ ଜିତିଥିଲା।