ମୁମ୍ବାଇ: ବଲିଉଡ଼ର ଖ୍ୟାତିନାମା କଳାକାର ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା କରିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସେ ଗତ ୬ ମାସରୁ ଊର୍ଦ୍ଧ ହେବ ମାନସିକ ଅବସାଦ ଦେଇ ଗତି କରିୁଥିବା ପୁଲିସ କହିଛି। ଏହି ୩୪ ବର୍ଷୀୟ ଅଭିନେତାଙ୍କ ଆତ୍ମହତ୍ୟା ପରେ ପୁରା ବଲିଉଡ଼ ସ୍ତବ୍ଧ ହୋଇଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ କରି ଦୁଃଖ ବ୍ୟକ୍ତ କରିଛନ୍ତି।
