ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ ଶ୍ରେଷ୍ଠ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ବିବେଚିତ କରାଯାଇଛି। ଅଭିନେତ୍ରୀ କଙ୍ଗନା ରନାୱତ ଉଭୟ ‘ମଣିକର୍ଣ୍ଣିକା’ ଓ ‘ପଙ୍ଗା’ରେ ନିଜ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ହିନ୍ଦୀ ଫିଲ୍ମ ‘ଭୋଁସଲେ’ ପାଇଁ ମନୋଜ ବାଜପେୟୀ ଓ ତାମିଲ ଫିଲ୍ମ ‘ଅସୁରନ’ ଲାଗି ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ରୂପେ ଚୟନ କରାଯାଇଛି। ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଯୂଗ୍ମ ଭାବେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି। ନନ୍ ଫିଚର ବର୍ଗରେ ଓଡ଼ିଆ ଫିଲ୍ମ ‘ଶ୍ରୀକ୍ଷେତ୍ରର ସାହିଯାତ’ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଛି।