‘କୋଭିସିଲ୍ଡ’ର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବଢ଼ିଲା ଅନ୍ତରାଳ

ନୂଆଦିଲ୍ଲୀ: ଭାରତରେ କରୋନା ଭ୍ୟାକ୍ସିନ ‘କୋଭିସିଲ୍ଡ’ର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ୬ରୁ ୮ ସପ୍ତାହ ଅନ୍ତରାଳ ରହିବ। ଏହାପୂର୍ବରୁ ପ୍ରଥମ ଡୋଜ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ୁଥିଲା। ଭ୍ୟାକ୍ସିନର ସଂରକ୍ଷଣକୁ ବଢ଼ାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ନ୍ୟାସନାଲ ଟେକ୍ନିକାଲ ଏଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ ଓ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭ୍ୟାକ୍ସିନ ଏଡମିନିଷ୍ଟ୍ରେସନ ଫର୍ କୋଭିଡ ୧୯ର ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏହି ପରାମର୍ଶ ଦିଆଯାଇଛି। ଆଉ ଏହି ପରାମର୍ଶକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିଛି। ଏହି ସମୟ ଅନ୍ତରାଳ କେବଳ ‘କୋଭିସିଲ୍ଡ’ ପାଇଁ ଲାଗୁ ହେବ ‘କୋଭାକ୍ସିନ’ ପାଇଁ ନୁହେଁ।