ଉତ୍ତରାଖଣ୍ଡ: ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଜୀନାଙ୍କ କରୋନାରେ ପରଲୋକ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲା ବିଧାୟକ ସୁରେନ୍ଦ୍ର ସିଂହ ଜୀନାଙ୍କ କରୋନାରେ ମୃତ୍ୟୁ ହୋଇଛି। କିଛି ଦିନ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କୁ ଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଧାୟକ ଶ୍ରୀ ସିଂହଙ୍କ ପରଲୋକ ହୋଇଛି।

ସୂଚନାଯୋଗ୍ୟ, ସ୍ୱର୍ଗତଃ ସୁରେନ୍ଦ୍ର ସିଂହ ସ୍ଥାନୀୟ ଅଞ୍ଚଳର ଜଣେ ଟାଣୁଆ ଓ ଲୋକପ୍ରିୟ ନେତା ଥିଲେ। ତାଙ୍କର ଧର୍ମପତ୍ନୀ କିଛି ଦିନ ପୂର୍ବରୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।