ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରଟ ଫେରନ୍ତା

ଦେବଗଡ଼,ଏନ୍ଏନ୍ଏସ୍: ସମ୍ଭାବ୍ୟ କରୋନା ସଂକ୍ରମଣ ଆଶଙ୍କାରେ ଦେବଗଡରେ ସୁରଟ ଫେରନ୍ତାଙ୍କୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଇସୋଲେସନରେ ରଖାଯାଇଛି।

ସୂଚନା ଅନୁସାରେ ସକାଳୁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ଅନ୍ତର୍ଗତ କଣ୍ଟାପାଲି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ନିଜ ଗ୍ରାମକୁ ଫେରିଥିବା ବେଳେ ସେମାଙ୍କୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି। ସକାଳୁ ପ୍ରାୟ ୭ଜଣ ସୁରଟ ଫେରନ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ସେମାନଙ୍କ ପଞ୍ଚାୟତ ମୁଖ୍ୟାଳୟ ଠାରେ ଖୋଲା ଯାଇଥିବା ଆଇସୋଲେସନ ସେଣ୍ଟରକୁ ୧୪ ଦିନିଆ ଅବଜରଭେସନ ପାଇଁ ପଠାଇ ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଆଇସୋଲେସନ ସେଣ୍ଟରରେ ବାହାର ରାଜ୍ୟରୁ ଆସିଥିବା ଦେଢ଼ଶହରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ରଖାଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ଦୁଇ ସହ ଟପିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉପାଧ୍ୟାୟ ଆଶଙ୍କା ପ୍ରକାଶ କରିଛନ୍ତି।