ମହାରାଷ୍ଟ୍ର: ଶିବସେନା ନାମ ଓ ନିର୍ବାଚନ ଚିହ୍ନକୁ ନେଇ ସିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ନିର୍ବାଚନ ଆୟୋଗର ଫଇସଲା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାଯୁକ୍ତ ବେଞ୍ଚ ଏହି ଫଇସଲା ଶୁଣାଇଛି । ସୁପ୍ରିମକୋର୍ଟ ୨ ସପ୍ତାହ ପରେ ପୁଣି ଫଇସଲା ଶୁଣାଇବ । କୋର୍ଟର ଫଇସଲା ଅନୁସାରେ ନିର୍ବାଚନ ଚିହ୍ନ ଓ ନାମ ସିନ୍ଦେ ଗୋଷ୍ଠୀ ପାଖରେ ରହିବ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ଶିବସେନାର ନାମ ଓ ନିର୍ବାଚନ ଚିହ୍ନ ଆବଣ୍ଟନ କରିଥିଲେ । ନିର୍ବାଚନ ଅ।।ୟୋଗଙ୍କ ଏହି ଫଇସଲା ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଶକ୍ତ ଝଟକା ଦେଇଥିଲା । ଫଇସଲା ବିରୋଧରେ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟ ମୁହାଁ ହୋଇଥିଲେ ଯାହାର ପରିଣାମ ଆଜି ସାମ୍ନାକୁ ଆସିଛି ।