ପଶ୍ଚିମବଙ୍ଗରେ ବ୍ୟାନ ପରେ ରିଲିଜ ହେବ ‘ଦି କେରଲା ଷ୍ଟୋରୀ’

କୋଲକାତା: ବହୁ ବିବାଦ ପରେ ପଶ୍ଚିମବଙ୍ଗରେ ଫିଲ୍ମ ‘ଦି କେରଲା ଷ୍ଟୋରୀ’ ରିଲିଜ ହେବାର ରାସ୍ତା ପରିଷ୍କାର ହୋଇଯାଇଛି । ଏହି ଫିଲ୍ମକୁ ରାଜ୍ୟ ସରକାର ବ୍ୟାନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଉଠାଇ ଦେଇଛନ୍ତି । ଫଳରେ ଏବେ ଫିଲ୍ମଟି ପଶ୍ଚିମବଙ୍ଗରେ ରିଲିଜ ହେବ ।

ସୁପ୍ରିମକୋର୍ଟରେ ଆଜି ପଶ୍ଚିମବଙ୍ଗରେ ‘ଦି କେରଲା ଷ୍ଟୋରୀ’ ଉପରେ ଲଗାଯାଇଥିବା ବ୍ୟାନ ବିରୋଧରେ ଦାୟର ହୋଇଥିବା ମାମଲାର ଶୁଣାଣୀ ହୋଇଥିଲା । ଏହି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି ଯେ, ଫିଲ୍ମ ଉପରେ ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନକୁ ଆମେ ହଟାଇ ଦେଉଛୁ । ଏହି ବ୍ୟାନ ପଛରେ କୌଣସି ସଠିକ ପ୍ରମାଣ ନାହିଁ ।