ଜୁଲାଇ ୧୪ରେ ସୁପ୍ରିମକୋର୍ଟରେ ସିସୋଦିୟାଙ୍କ ଜାମିନ ଆବେଦନର ଶୁଣାଣୀ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ଜାମିନ ଆବେଦନର ଶୁଣାଣୀ ସୁପ୍ରିମକୋର୍ଟ ଜୁଲାଇ ୧୪ରେ କରିବେ । ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବୀ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ଏହି ମାମଲା ରଖିଥିଲେ ଆଉ ଏହା ଉପରେ ଶୁଣାଣୀ କରିବାକୁ କୋର୍ଟ ପ୍ରସ୍ତୁତ ହୋଇଯାଇଛନ୍ତି । ସିଂଘବୀ କହିଛନ୍ତି ଯେ, ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛି । ସିସୋଦିୟାଙ୍କ ପତ୍ନୀ ଗମ୍ଭୀର ଭାବେ ଅସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଗୁରୁବାର ସିସୋଦିୟାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ।

ସୂଚନାଯୋଗ୍ୟ, ମନିଷ ସିସୋଦିୟା ମଦ ନୀତି ଘୋଟାଲା ମାମଲାରେ ଜେଲରେ ଅଛନ୍ତି । ଇଡ଼ି ରେଡ ପରେ ସିସୋଦିଆଙ୍କୁ ଗିରଫ କରିଥିଲା ।