ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟ ନାମଞ୍ଜୁର କରିଛନ୍ତି । ଜାମିନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ମଦ ଦୁର୍ନୀତି ମାମଲାରେ ୩୩୮ କୋଟି ଟଙ୍କାର ମନି ଲଣ୍ଡ୍ରିଂ ହୋଇଥିବା ନେଇ ଅସ୍ଥାୟୀ ରୂପେ ପ୍ରମାଣିତ ହୋଇଯାଇଛି । ଉକ୍ତ ମାମଲାର ଟ୍ରାଏଲ ୬ରୁ ୮ ମାସ ମଧ୍ୟରେ ଶେଷ ହେଉ । ୬ରୁ ୮ ମାସ ମଧ୍ୟରେ ଟ୍ରାଏଲ ଶେଷ ନହେଲେ ସିସୋଦିୟା ପୁଣିଥରେ ଜାମିନ ଆବେଦନ କରପାରିବେ । ଯାଞ୍ଚ ଏଜେନ୍ସି ଆମର ଅଧିକାଂଶ ପ୍ରଶ୍ନର ଉଚିତ ଉତ୍ତର ଦେଇନାହାନ୍ତି ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଜଷ୍ଟିସ ଏସ.ବୀ ଏନ ଭଟ୍ଟୀଙ୍କ ପୀଠ ଏହି ଫଇସଲା ଶୁଣାଇଛନ୍ତି । ଉଭୟ ଆବେଦନ ଉପରେ ଖଣ୍ଡପୀଠ ଅକ୍ଟୋବର ୧୭ରେ ଫଇସଲା ସୁରକ୍ଷିତ ରଖି ନେଇଥିଲେ ।