ପୁଣି ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ୧୦ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ଯିବା ଧରାପଡିଲେ

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟରେ ଦୁର୍ନିତୀର ଚେର ବହୁ ଦୂର ଯାଏ ଲମ୍ବି ଯାଇଛି। ପୁଣି ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ଅଧୀକ୍ଷଣ ଯନ୍ତ୍ରୀ। ୧୦ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ଯିବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଇଂ ଆଶିଷ କୁମାର ଦାସ।

ସୂଚନା ଅନୂସାରେ ଆଜି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସ୍ଥାନୀୟ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନସ ବିଭାଗ ପକ୍ଷରୁ ଚଢଉ କରାଯାଇ ଶ୍ରୀ ଦାସଙ୍କୁ କାବୁ କରାଯାଇଛି। ଏତେ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ କିଛି ସନ୍ତୁଷ୍ଟି ଜନକ ଉତ୍ତର ଦେଇନପାରିବାରୁ ଆଶିଷ ଦାସଙ୍କ ବାସଗୃହରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିବା ଜଣାପଡିଛି।

ଘରେ ଚଢଉ କରାଯିବା ସମୟରେ ଲକ୍ଷାଧିକ ଟଙ୍କା ମିଳିଥିବା ବେଳେ ଏବେବି ଚଢଉ ଜାରି ରହିଥିବା ସୂଚନା ମିଳିଛି।