ଦୀପାବଳିରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳି ଦିନ ଅର୍ଥାତ ଅକ୍ଟୋବର ୨୫ରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ପଡ଼ିଛି । ସେଥିପାଇଁ ଦୀପାବଳି କିପରି ପାଳନ କରାଯିବ ସେନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେଦିନ ଗ୍ରହଣ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ରହିଥିବାବେଳେ ସର୍ବମୁଖ୍ୟ ସଂଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ହେବ । ସେଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ପୂର୍ବରୁ ଅର୍ଥାତ୍ ସୋମବାର ରାତିରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହିକ୍ରମେ ୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳୀପୂଜା ଓ ବଡ଼ବଡ଼ୁଆ ଡକା ହେବ । ପୁରୀକୁ ୧୬ ମିନିଟ୍ ୨୬ ସେକେଣ୍ଡ ପାଇଁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ୨୫ ତାରିଖ ଭୋର ୪ଟା ୫୭ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ହେବ ।