ହିମାଚଳ ପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଊନା ରେଳ ଷ୍ଟେସନରୁ ୪ର୍ଥ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ସଙ୍କେତ ଦେଖାଇଛନ୍ତି । ଏହି ଟ୍ରେନ ହିମାଚଳ ପ୍ରଦେଶର ଅମ୍ବ ଅନ୍ଦୋରାରୁ ଦିଲ୍ଲୀ ମଧ୍ୟରେ ଚାଲିବ । ଏହି ଅବସରରେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ ।
ହିମାଚଳ ପ୍ରଦେଶରୁ ଚାଲିବାକୁ ଥିବା ଏହା ହେଉଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । କେବଳ ବୁଧବାରକୁ ଛାଡ଼ି ବାକି ସବୁଦିନ ଏହି ଟ୍ରେନ ଚାଲିବ । ଏଥିରେ ହିମାଚଳରୁ ଦିଲ୍ଲୀ ଯାତ୍ରା କରିବା ପାଇଁ ମୋଟ ୫ ଘଣ୍ଟା ସମୟ ଲାଗିବ। ଅନ୍ୟପଟେ ଏହା ମାଧ୍ୟମରେ ଦିଲ୍ଲୀରୁ ଚଣ୍ଡୀଗଡ଼ ଯାତ୍ରା କରିବା ପାଇଁ ୩ ଘଣ୍ଟା ଲାଗିବ ବୋଲି ଜଣାପଡ଼ିଛି ।