ଶୋଇବା ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଧାର

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ବ୍ରାହ୍ମଣୀଦେଓ ଗ୍ରାମରେ ଶୋଇବା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ବୁଧବାର ସକାଳୁ ଉଦ୍ଧାର କରିଛି ପୋଲିସ। ଆତ୍ମହତ୍ୟା କରିଥିବା ଯୁବତୀ ହେଲେ ବ୍ରାହ୍ମଣୀ ଦେଓ ଗ୍ରାମର ଦର୍ଶନିଆ ନାଏକଙ୍କ ଝିଅ ଝୁମା ନାଏକ(୨୦) । ବୁଧବାର ସକାଳୁ ସେ ଉଠିବାର ବିଳମ୍ବ ହେବାରୁ ପରିବାର ଲୋକେ କବାଟ ବାଡେଇ ଥିଲେ କବାଟ ନ ଖୋଲିବାରୁ କବାଟ ଭାଙ୍ଗିବାରୁ ଝୁଲନ୍ତା ମୃତଦେହ ଦେଖିଥିଲେ।

ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଯୁବତୀଙ୍କ ଆତ୍ମହତ୍ୟାର ସଠିକ କାରଣ ଜଣା ପଡି ନଥିବା ବେଳେ ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି