ଅନ୍ତର୍ଜାତୀୟ ଯୋଗ ଦିବସ: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ଯୋଗ ମୁଦ୍ରା

ପୁରୀ,ଏନ୍ଏନ୍ଏସ୍: ସ୍ବାସ୍ଥ୍ୟ ପାଇଁ ଯୋଗ । ଆଜି ସାରା ବିଶ୍ବ ଯୋଗରେ ଲୀନ। ସମ୍ପୂର୍ଣ୍ଣ ଶାରିରୀକ, ମାନସିକ ଏବଂ ସାମାଜିକ ସୁସ୍ଥତା ପାଇଁ ଏହାର ଭୂମିକା ମହତ୍ତ୍ବପୂର୍ଣ୍ଣ । ଯୋଗାଭ୍ୟାସ ଦ୍ବାରା ସମସ୍ତ ପ୍ରକାର ସୁସ୍ଥତା ପ୍ରାପ୍ତ ହୁଏ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ଘଟିଥାଏ । ପୁରୀ ସମୁଦ୍ର ବେଳାଭୂମିରେ ସୁନ୍ଦର ଚିତ୍ରକଳା କରି ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଯୋଗର ବିଭିନ୍ନ ମୁଦ୍ରାକୁ ବାଲୁକା କଳାରେ ସ୍ଥାନଦେଇ ଏହାର ମହତ୍ବ ବୁଝାଇଛନ୍ତି ।