ପୁରୀ,ଏନ୍ଏନ୍ଏସ୍: ଆଜି ବିଶ୍ୱ ରେଡିଓ ଦିବସ। ଏହି ଅବସରରେ ବାଲୁକା ଚିତ୍ରକଳାରେ ରେଡିଓ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା ଚିତ୍ରକଳା ତିଆରି କରିଛନ୍ତି। ରେଡ଼ିଓ ଆଜିବି ଯୋଗାଯୋଗ ନଥିବା ଦୁର୍ଗମ ଅଞ୍ଚଳରେ ସମସ୍ତଙ୍କ ସୂଚନା ପାଇବାରେ ବିଶ୍ୱସ୍ତ ଓ ଭରସା ଯୋଗ୍ୟ ମାଧ୍ୟମ ହୋଇ ଥିବା ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସେ ଦର୍ଶାଇଛନ୍ତି।