ନନ୍ଦିଗ୍ରାମ ସିଟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ସିଟ ପାଇଁ ଆଜି ବିଜେପିରୁ ପ୍ରାର୍ଥୀ ଭାବେ ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସିଟରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ୨ ଦିନ ପୂର୍ବେ ମମତା ବାନାର୍ଜୀ ଏହି ସିଟରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ହଲଦିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀଙ୍କ ସହ ରୋଡ ସୋ’ କରିଥିଲେ।

ନାମାଙ୍କନ ପୂର୍ବରୁ ଶୁଭେନ୍ଦୁ କହିଛନ୍ତି କି, ‘ମୋର ପୂରା ବିଶ୍ୱାସ ଅଛି କି ଜନତା ଏଥର ବିଜେପିକୁ ସମର୍ଥନ କରିବେ ଓ ପଶ୍ଚିମବଙ୍ଗରେ ପ୍ରକୃତ ପରିବର୍ତ୍ତନ ପାଇଁ ବିଜେପିକୁ ହିଁ ଆଣିବେ।’ ପ୍ରତିଯୋଗିତାର ପ୍ରଶ୍ନ ହିଁ ନାହିଁ। ବିଜେପି ପଶ୍ଚିମବଙ୍ଗରେ ୨୦୧୯ ଲୋକସଭା ଆସନରେ ୧୯ଟି ସିଟ ଜିତିଥିଲା। ଏଥର ଭାରି ସମର୍ଥନ ସହିତ ବିଜେପି ସରକାର ଗଢ଼ିବ ବୋଲି ଶୁଭେନ୍ଦୁ କହିଛନ୍ତି।