ଏକ ମାସ ଜେଲରେ ରହିବା ପରେ ମୁକୁଳିଲେ ଯୁବ ସମାଜସେବୀ ସୁବାଶିଷ ଷଡ଼ଙ୍ଗୀ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଏକ ମାସ କେନ୍ଦ୍ରାପଡ଼ା ଜେଲରେ ରହିବା ପରେ ଜେଲରୁ ମୁକୁଳିଲେ ସମାଜସେବୀ ସୁବାଶିଷ ଷଡ଼ଙ୍ଗୀ। ଗତକାଲି ରାତିରେ ଜେଲରେ ମୁକୁଳିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଜେଲ ବାହାରେ ଅନେକ ପ୍ରଶଂସକ ରୁଣ୍ଡ ହୋଇ ତାଙ୍କୁ ସ୍ୱାଗତ କରିଥିବାର ମଧ୍ୟ ଦୃଶ୍ୟ ମଧ୍ୟ ନଜରକୁ ଆସିଛି।

ବେଆଇନ ଗୋ ଚାଲାଣକୁ ବିରୋଧ କରି ଆଳିର ଯୁବ ସମାଜସେବୀ ସୁବାଶିଷ ଷଡ଼ଙ୍ଗୀ ଜେଲ୍ ରେ ରହିଥିଲେ। ତାଙ୍କ ସପକ୍ଷରେ ଏବଂ ପୋଲିସ୍ ର କାର୍ଯ୍ୟକାରିତାକୁ ନିନ୍ଦା କରି ଅନେକ ଲୋକ ଯୁକ୍ତି ବାଢିଥିଲେ। ଏପରିକି ସୋସିଆଲ ମିଡ଼ିଆରେ ପ୍ରତିବାଦର ସ୍ୱର ତିବ୍ର ହେବାରେ ଲାଗିଥିଲା। ତେବେ ବର୍ତ୍ତମାନ ସେ ଜେଲ ରୁ ମୁକୁଳିଛନ୍ତି ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଖୁସି ଖେଳିଯାଇଛି।

କେବଳ ଏତିକି ନୁହେଁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ପୁଲିସ ସୁବାଶିଷଙ୍କ ସମେତ ସାମ୍ବାଦିକ ଦୁଷ୍ମନ୍ତ ଆଚାର‌୍ୟ୍ୟଙ୍କୁ ମିଥ୍ୟା ମାମଲାରେ ଜେଲ ପଠାଇ ଦେଇଥିଲେ। ତେବେ ସମସ୍ତ ଘଟଣାର ଭିଡ଼ିଓକୁ ମୋବାଇଲରେ କଏଦ କରିବା ପରେ ସୋସିଆଲ ମିଡ଼ିଆରେ ଲାଇଭ କରି ପୋଲିସର କାର‌୍ୟ୍ୟକାରିତାକୁ ସେ ଲୋକଲୋଚନକୁ ଆଣିଥିଲେ।