ପାଟଣାଗଡ଼,ଏନ୍ଏନ୍ଏସ୍: ଚଳିତ ବର୍ଷ ପ୍ରସିଦ୍ଧ ହରିଶଙ୍କର ମହୋତ୍ସବ ତଥା ନୃସିଂହ ଚତୁର୍ଦଶୀ ମେଳା ୫ ଦିନ ଧରି ସୁରୁଖୁରୁରେ ଶେଷ ହୋଇଥିବାରୁ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ସମସ୍ତ ଦେବୋତ୍ତର ସଭ୍ୟ ଓ ଯାତ୍ରା ସବ କମିଟିର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହରିଶଙ୍କରସ୍ଥିତ ବୈଠକରେ ବିଶେଷ କରି ଆସନ୍ତା ଶୀତଳ ଷଷ୍ଠୀ ଓ ରଥଯାତ୍ରା କିଭଳି ପାଳନ କରାଯିବ ସେନେଇ ଆଲୋଚନା କରାଯିବା ସହ ହରିଶଙ୍କରରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା, ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝୀ , ପାଟଣାଗଡ଼ ସହକାରୀ ଜିଲ୍ଲାପାଳ, ବିଜୟ ହୋତା, ବିଡ଼ିଓ ଖପ୍ରାଖୋଲ, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ସହ ସମସ୍ତ ଦେବୋତ୍ତର ସଦସ୍ୟ ଯାତ୍ରା ସବ କମିଟିର ସଭ୍ୟମାନେ ଯୋଗ ଦେଇଥିଲେ । ଶେଷରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ ।