ଅଙ୍ଗନବାଡି ନିଯୁକ୍ତିର ପ୍ରମାଣପତ୍ର ତଦାରଖ କଲେ ଉପଜିଲ୍ଲାପାଳ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ସ୍ଥିତ ଶିଶୁ ବିକାଶ ସମନ୍ୱୟ ସମିତି ପକ୍ଷରୁ ଗତ କିଛିଦିନ ତଳେ ଟିକ୍ରାପଡ଼ା ଓ ଟୁର୍ଚ୍ଚାଉପେର(ବି)ରେ ଅଙ୍ଗନବାଡି କର୍ମୀ ପଦବୀ ଖାଲି ଥିବା ନେଇ ସଇଁନ୍ତଲା ଶିଶୁ ବିକାଶ ସମନ୍ୱୟ ସମିତି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନ ପତ୍ର ଜାରି କରାଯାଇଥିଲା। ତେବେ ଦୁଇଟି ଗାଁର ପଦବୀ ପାଇଁ ୧୬ ଜଣ ପ୍ରାଥି ଆବେଦନ ପତ୍ର ଦାଖଲ କରିଥିଲେ।

ଏହାକୁ ଭିତ୍ତି କରି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ସିଡିପିଓ ସବିତା ଦାଶ, ଅତିରିକ୍ତ ସାମାଜିକ ସୁରକ୍ଷାକର୍ମୀ ହେମଲତା ମାଝୀ ଓ ବ୍ଲକ୍‌ ସାମାଜିକ ସୁରକ୍ଷା କର୍ମୀ ସଂଗ୍ରାମ ମିଶ୍ରଙ୍କ ଉପସ୍ଥିତରେ ଉକ୍ତ ପଦବୀ ପାଇଁ ଆବେଦନ କରିଥିବା ପ୍ରାଥି ମାନଙ୍କ ପ୍ରମାଣପତ୍ର ଉପଜିଲ୍ଲାପାଳ ଶ୍ରୀ ମହାଜନ ତଦାରଖ କରିବା ସହ ଉକ୍ତ ପଦବୀ ପାଇଁ କେହିଁ ଅସାମାଜିକ ବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀ ଲାଞ୍ଚ ମାଙ୍ଗିଲେ ତୁରନ୍ତ ଉପଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଜଣାଇବା ପାଇଁ ଆବେଦନକାରୀ ମହିଳା ମାନଙ୍କୁ ବୁଝାଇଥିଲେ।