ଛାତ୍ରୀ ଦେଖିଲେ ପ୍ରଧାନଶିକ୍ଷକଙ୍କ ଅନୈତିକ ସମ୍ପର୍କ, ଘୋଷାରି ଘୋଷାରି ପିଟିଲେ ଗାଁ ଲୋକେ

ବାଲେଶ୍ୱର,ଏନ୍ଏନ୍ଏସ୍: ସ୍କୁଲ ଭିତରେ ଚାଲୁଥିଲା ଶିକ୍ଷକ-ହଷ୍ଟେଲ ସୁପରିନଟେଣ୍ଡଣ୍ଟଙ୍କ ରାସଳୀଳା। ଦେଖିଲେ କିଛି ଛାତ୍ରୀ। ଆଉ ତାପରେ ଆରମ୍ଭ ହୋଇଗଲା ମହାଭାରତ। ଏଭଳି ଅପ୍ରିତିକର ଘଟଣା ଘଟିଛି ବାଲେଶ୍ୱର ହସନପୁର ବାଳିକା ସେବାଶ୍ରମରେ। ପ୍ରକାଶଥାଉକି ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିନଟେଣ୍ଡଣ୍ଟ୍ ଗୋଟିଏ ଅଂସଯତ ଅବସ୍ଥାରେ ଥିବା ନେଇ ସ୍କୁଲର କିଛି ଛାତ୍ରୀ ଦେଖିଥିଲେ। ଏ ନେଇ ଛାତ୍ରୀମାନେ ୨ଜଣଙ୍କୁ ଅଟକ ରଖି ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିରହିଥିଲେ।

ଶନିବାର ସକାଳୁ ଏହି ଘଟଣା ଉଗ୍ର ରୂପ ନେଇଥିଲା। ଅଭିଭାବକ ଓ ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ସ୍କୁଲରୁ ବାହାର କରି ଘୋଷାରି ଘୋଷାରି ନେଇଥିଲେ। ସ୍କୁଲ ପରୀକ୍ଷା ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା। ପରେ ଘଟଣାସ୍ଥଳରେ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ପିଲା ଓ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣା ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ପରେ ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିନଟେଣ୍ଡେଣ୍ଟଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଉଦ୍ଧାର କରି ନେଇଯାଇଥିଲେ। ଏବେ ପରିସ୍ଥିତି ଶାନ୍ତ ପଡିଛି। ତେବେ ଦୀର୍ଘ ଦିନ ହେଲାଣି ସ୍କୁଲର ଅବ୍ୟବସ୍ଥା ଓ ଶିକ୍ଷକ-ସୁପରିନଟେଣ୍ଡେଣ୍ଟଙ୍କ ଅନୈତିକ ସମ୍ପର୍କକୁ ନେଇ ଅଭିଯୋଗ ହୋଇଆସୁଥିଲା।