ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଏବେ ଏକାସହ ୨ଟି ଡିଗ୍ରୀ କୋର୍ସ କରିପାରିବେ । ନିକଟରେ ୟୁଜିସି ଦ୍ୱାରା ହୋଇଥିବା ଏକ ବୈଠକରେ ଏନେଇ ଚର୍ଚ୍ଚା ହୋଇଥିଲା । ପରେ ଗୋଟିଏ ସମୟରେ ଛାତ୍ରଛାତ୍ରୀ ୨ଟି ଶୈକ୍ଷଣିକ ପାଠ୍ୟକ୍ରମ ଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ନେଇ ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର ସୂଚନା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହେବ । ଏଥିଲାଗି ଛାତ୍ରଛାତ୍ରୀ ଉଭୟ ଅନଲାଇନ ଓ ଅଫଲାଇନର ଉପଯୋଗ କରିପାରିବେ ।
ୟୁଜିସି ଚେୟାରମ୍ୟାନ୍ କହିଛନ୍ତି ଯେ, ୟୁଜିସି ଫିଜିକାଲ ୟୁନିଭର୍ସିଟିର ବିଭିନ୍ନ ପାଠ୍ୟକ୍ରମକୁ ନେଇ ନିଜ ଦକ୍ଷତାକୁ ଜାଣିବାରେ ଛାତ୍ରଛାତ୍ରୀଙ୍କୁ ସାହଯ୍ୟ କରିବା ଲାଗି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏହା ସବୁ କ୍ଷେତ୍ରରେ ବହୁ ବିଷୟକ ଓ ସମଗ୍ର ଶିକ୍ଷା ପ୍ରଦାନ କରିବ ।