ପରୀକ୍ଷା ହଲରେ ମୋବାଇଲରେ କପି କରିବା ସହ ଫଟୋ ଉଠାଇ ଭାଇରାଲ କଲେ ଛାତ୍ର

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟରେ ଭଲପାଠ ପଢ଼ିବା ସହ ଶିକ୍ଷ୍ୟା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଥିବାବେଳେ ମହାବିଦ୍ୟାଳୟଗୁଡ଼ିକରେ ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖାଯାଇଛି। ପରୀକ୍ଷାର୍ଥୀ ହଲ ଭିତରେ ମୋବାଇଲରୁ କପି କରୁଥିବା ଓ ସେଲଫି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ୧୯୭୯ରେ ରାଜ୍ୟ ସରକାର ମାଲକାନଗିରି ସଦର ମହକୁମାରେ ମାଲକାନଗିରି ମହାବିଦ୍ୟାଳୟ ନିର୍ମାଣ କରିଥିଲେ ।

ଏହି ମହାବିଦ୍ୟାଳୟରେ +୨ ଠାରୁ ଆରମ୍ଭ କରି +୩ ପର୍ୟ୍ୟନ୍ତ କଳା ଓ ବାଣିଜ୍ୟ ବିଭାଗର ପାଠ୍ୟକ୍ରମ ରହିଛି। ଏହି କ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲକାନଗିରି ମହାବିଦ୍ୟାଳୟରେ +୩ର ଇଣ୍ଟରନାଲ ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ମୋବାଇଲ ନେଇ କପି କରିବା ସହ କପି କରୁଥିବା ଫୋଟୋକୁ ଏବେ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ଏହି ଚିତ୍ରକୁ ୪ଜଣ ପରୀକ୍ଷାର୍ଥୀ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି।

କେବଳ ଏତିକି ନୁହେଁ ଭାଇରାଲ ମଧ୍ୟ କରୁଛନ୍ତି ଆଉ ସାମାଜିକ ଗଣମାଧ୍ୟମରେ ଲେଖୁଛନ୍ତି ଏଗଜାମ ଟାଇମ ବୋଲି । ସରକାର ନିୟମ ତିଆରି କରୁଛନ୍ତି ସତ କିନ୍ତୁ ନିୟମ ଫିଲ୍ଡ଼ରେ ବାସ୍ତବରେ କେମିତି କାମ କରୁଛି ତାହା ଏଥିରୁ ଜଣାପଡୁଛି ।