ଟାଟା ହାତକୁ ଗଲା କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନା, ଖୁବ୍ ଶୀଘ୍ର ଆରମ୍ଭ ହେବ କାମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା। ବିଧିବଦ୍ଧ ଭାବେ ଟାଟା କମ୍ପାନୀ ହାତକୁ ଗଲା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ କାରଖାନା। ୧୨ ହଜାର ୧୦୦ କୋଟି ଟଙ୍କାରେ କାରଖାନାକୁ କିଣିଲା ଟାଟା କମ୍ପାନୀ। ଶ୍ରମିକଙ୍କ ବକେୟା ପାଉଣା ବାବଦକୁ ପ୍ରଦାନ କରାଯାଇଛି ୩୮୦ କୋଟି ଟଙ୍କା। ୧୦ ମିଲିଅନ ଟନକୁ ବଢ଼ିବ କାରଖାନାର ଉତ୍ପାଦନ କ୍ଷମତା।

୮ ବର୍ଷରେ ୮୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି ଟାଟା କମ୍ପାନୀ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩୦ ମିଲିଅନ ଟନକୁ ବଢିବ ଇସ୍ପାତ ଉତ୍ପାଦନ କ୍ଷମତା। କଳିଙ୍ଗନଗରରେ ୩୦୦ ଏକର ଜାଗାରେ ଷ୍ଟିଲ ଡାଉନ ଷ୍ଟ୍ରିମ ପାର୍କ ପ୍ରତିଷ୍ଠା କରାଯିବ। ପୂର୍ବରୁ ଯେଉଁ ଶ୍ରମିକ ମାନଙ୍କ ବକେୟା ରହିଛି ସେମାନଙ୍କୁ ମଧ୍ୟ ଭରଣ କରାଯିବ। ଯେଉଁଥିପାଇଁ ୩୮୦ କୋଟି ଟଙ୍କା ଅଟକଳ ରଖାଯାଇଛି।