Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବାଲିଘାଟରେ ଏସଟିଏଫ ଚଢ଼ଉ, ୩ ଲକ୍ଷ ୨୪ ହଜାର ୬ ଶହ ଜୋରିମାନା ଆଦାୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବାଲିଘାଟରେ ଏସଟିଏଫ ଚଢ଼ଉ, ୩ ଲକ୍ଷ ୨୪ ହଜାର ୬ ଶହ ଜୋରିମାନା ଆଦାୟ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ କ୍ରାଇମ ବ୍ରାଞ୍ଚ ଏସଟିଏଫ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ଉ ଘଟଣାରେ ବାରକୋଟ ତହସିଲ ୩ଲକ୍ଷ ୨୬ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରିଛି । ସିଂଶାଲରୁ ୭ ଓ ସିଙ୍ଗୁରି ବାଲିଘାଟରୁ ୩ ମୋଟ ୧୦ ହାଇୱା ଜବତ କରାଯିବା ସହ ୧୦ ଜଣଙ୍କୁ ଅଟକ ରଖି ଏସଟିଏଫ ତଦନ୍ତ ଜାରି ରଖିଛି । ଅନ୍ୟପଟେ ବାଲି ଟ୍ରକ ଧକ୍କାରେ କ୍ରାଇମ ବ୍ରାଞ୍ଚ ଏସଟିଏଫର ଗାଡ଼ି ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ତହସିଲ କାର୍ଯ୍ୟାଳୟ ନାକ ତଳେ ବେଆଇନ ଭାବେ ସରକାରୀ ରାଜସ୍ୱ ହରିଲୁଟ ହେଉଥିବାବେଳେ ତହସିଲ କର୍ତ୍ତୃପକ୍ଷ ଜାଣି ନ ପାରିବା, ବେଆଇନ ବାଲି ଗଚ୍ଛିତ ଓ ରାଜସ୍ୱ ଲୁଟ ସୂଚନା ପାଇ ଭୁବନେଶ୍ୱରରୁ ଏସଟିଏଫ ଆସି ଚଢ଼ଉ କରିବାକୁ ନେଇ ବାରକୋଟ ତହସିଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।