ଏସଟିଏଫ୍ ଦ୍ୱାରା ହାତୀଦାନ୍ତ ଓ କଲରାପତରିଆ ବାଘ ଛାଲ ବେପାରୀ ଗିରଫ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପୁଲିସ ଚଢ଼ଉ କରି ହାତୀଦାନ୍ତ ଓ କଲରାପତରିଆ ବାଘ ଛାଲ ବ୍ୟବସାୟୀଙ୍କୁ ଠାବ କରିଛି। ଏହି ପରିପ୍ରେକ୍ଷୀରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫର ଏକ ଟିମ୍ ଚଢ଼ଉ କରିଥିବାବେଳେ ଉକ୍ତ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ମୂଲ୍ୟବାନ ହାତୀଦାନ୍ତ ଏବଂ ଗୋଟିଏ ବାଘ ଛାଲ ଜବତ କରିବା ସହ ସେମାନଙ୍କୁ ଭୁବନେଶ୍ୱର ଅଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବେଶ କିଛିଦିନ ହେବ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭନ୍ନ ସମୟରେ ହାତୀଦାନ୍ତ ଓ ବାଘ ଛାଲର ଚୋରାରେ ଚାଲାଣ ଚାଲାଣ ହେଉଥିବାବେଳେ ଏ ସମ୍ପର୍କରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ଟିମକୁ ଖବର ମିଳିଥିଲା। ଏ ନେଇ ଗୁରୁବାର କ୍ରାଇମବ୍ରାଞ୍ଚ ଟିମ ଗ୍ରାହକ ହୋଇ ସେଠାରେ ପହଞ୍ଚିଥିଲା । ଏହି ସମୟରେ ସେମାନଙ୍କୁ ଏସଟିଏଫ୍ ଟିମ କାବୁ କରିଥିଲା। ଏହି ରାକେଟର ୪ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରି ପଚରାଉଚୁରା ଜାରି ରହିଛି।