ରିଆମାଳ,ଏନ୍ଏନ୍ଏସ୍: ରିଆମାଳ କଲ୍ୟାଣ ମଣ୍ଡପ ଠାରେ ଆଜି ରିଆମାଳ ନବଦିଗନ୍ତ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ଦଶମ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ତଥା ନାଟ୍ୟ ନିର୍ଦ୍ଦେଶକ ଦିଲ୍ଲୀପ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିବାବେଳେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଡ. ଭାରତ ଭୂଷଣ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ରିଆମାଳ ସରପଞ୍ଚ ତରଣୀସେନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାପତି ପଣ୍ଡିତ ଜଳନ୍ଧର ଦାଶ ସଭାପତିତ୍ୱ କରିଥିବାବେଳେ ସଂସଦର ମୁଖ୍ୟ ସମ୍ପାଦକ ଅବସରପ୍ରାପ୍ତ ଅଧ୍ୟାପକ ଗୋଲ ବଦନ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ।
ନବଦିଗନ୍ତ ସାହିତ୍ୟ ସମ୍ମାନ- ଦିଲ୍ଲୀପ ବଳବନ୍ତରାୟ, ନବଦିଗନ୍ତ ଆଦର୍ଶ ଶିକ୍ଷକ ସମ୍ମାନ-ସତ୍ୟନାରାୟଣ ସାହୁ, ନବଦିଗନ୍ତ ପରିବେଶବିତ ଓ ଶିକ୍ଷାବିତ ସମ୍ମାନ-ହେମନ୍ତ କୁମାର ସାହୁ, ନବଦିଗନ୍ତ କବିତା ସମ୍ମାନ- ପଦ୍ମିନୀ ମହାପାତ୍ର, ନବଦିଗନ୍ତ ଶିକ୍ଷାଜ୍ୟୋତି ସମ୍ମାନ-ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ଓ ନବଦିଗନ୍ତ ସାରସ୍ୱତ ସମ୍ମାନ ଡ.ସମୀର ନନ୍ଦଙ୍କୁ ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଗିରିଶ କୁମାର ସ୍ୱାଇଁ ଓ ରଇନୀ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ସଂସଦର ଉପ-ସଭାପତି ବାଲ୍ମିକୀ ଚରଣ ଲୁହା ଧନ୍ୟବାଦ ଦେଇଥିଲେ। ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ କବିତା ସଂଯୋଜନା କରିଥିବାବେଳେ ସହସମ୍ପାଦକ ଶମ୍ଭୁଲାଲ ଅଗ୍ରୱାଲ, ମଦନ ବେହେରା, ଦେବେନ୍ଦ୍ର ପାତ୍ର, ନିର୍ମଳ ବିଶ୍ୱାଳ, ରାଜକିଶୋର ବେହେରା, ପ୍ରେମାନନ୍ଦ ସ୍ୱାଇଁ, ହରିଶ ସ୍ୱାଇଁ, ରୋଜାଲିନ ବିଶ୍ୱାଳ, ଋତୁପୂର୍ଣ୍ଣା ସାହୁ, ସ୍ୱେତଲିନା ସାମଲ, ଜୋନାଲିନ ସାହୁ ପ୍ରମୁଖ ସହଯୋଗ କରିଥିଲେ।