ରିଆମାଳରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ କଲ୍ୟାଣ ମଣ୍ଡପ ଠାରେ ଆଜି ରିଆମାଳ ନବଦିଗନ୍ତ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ ଏକାଦଶ ସାମ୍ବତ୍ସରିକ ଉତ୍ସବ ତଥା ସାରସ୍ୱତ ସମ୍ମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମା’ ସରସ୍ୱତୀଙ୍କ ଫଟୋ ଚିତ୍ର ସମ୍ମୁଖରେ ଦ୍ୱୀପ ପ୍ରଜ୍ୱଳନ ପରେ ପ୍ରିୟଙ୍କା ବିଶ୍ୱାଳ, ବନ୍ଦନା ପୋଦାର, ଲିସି ବିଶ୍ୱାଳ, ବିଦ୍ୟୁତସ୍ମିତା ପ୍ରଧାନ ଓ ସାଇପ୍ରଜ୍ଞା ନାୟକ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କରିବା ସହିତ ସ୍ୱାଗତ ଗୀତ ପରିବେଷଣ କରିଥିଲେ।

ସାହିତ୍ୟ ସଂସଦର ସମ୍ପାଦକ ତଥା ଅବସର ପ୍ରାପ୍ତ ଅଧ୍ୟାପକ ଗୋଲ ବଦନ ବିଶ୍ୱାଳ ମଞ୍ଚ ପରିଚାଳନା, ସ୍ୱାଗତ ଭାଷଣ, ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାହିତ୍ୟ ସଂସଦର ସଭାପତି ପଣ୍ଡିତ ଜଳନ୍ଧର ଦାସ ସଭାପତିତ୍ୱ କରିଥିଲେ। ବିଶିଷ୍ଟ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୋକର ସନ୍ଧାନରେ ସାହିତ୍ୟର ସୃଷ୍ଟି ବୋଲି ପରିପ୍ରକାଶ କରିଥିବା ବେଳେ ଓଡିଆ ଅଧ୍ୟାପକ ଡ. ଭାରତ ଭୂଷଣ ନନ୍ଦ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବାମଣ୍ଡା ସାହିତ୍ୟ ଉପରେ ଆଲୋକପାତ କରିଥିଲେ।

ସେହିପରି ମାଟିପୁତ୍ର ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡିଆ ସାହିତ୍ୟକୁ ସୁଦୂର ପ୍ରସାରଣା ନିମନ୍ତେ ଯୁବ ସାହିତ୍ୟିକଙ୍କୁ ଆହ୍ୱାନ କରିଥିବା ବେଳେ ରିଆମାଳ ମହାବିଦ୍ୟାଳୟ ଅଧ୍ୟକ୍ଷ ନିହାରକାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷୟତ୍ରୀ ପଦ୍ମିନୀଦାସ ମହାପାତ୍ର ଓ ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳୀ କବିତା ସଂଯୋଜନା କରିଥିବା ବେଳେ ନବଦିଗନ୍ତ ସାହିତ୍ୟ ସଂସଦର ବାର୍ଷିକ ପତ୍ରିକା ଆହ୍ୱାନ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା।

ଶ୍ରେଷ୍ଠ ବ୍ୟଙ୍ଗ କବି ସମ୍ମାନ – ମନୋରଞ୍ଜନ ସାହୁ, ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ସମ୍ମାନ- ସୁକାନ୍ତ କୁମାର ନନ୍ଦ, ଶ୍ରେଷ୍ଠ କବିତା ସମ୍ମାନ କୁମୁଦବନ୍ଧୁ ନାୟକ, ଶ୍ରେଷ୍ଠ ଶିକ୍ଷାଜ୍ୟୋତି ସମ୍ମାନ- ସରୋଜ ବେହେରା, ଶ୍ରେଷ୍ଠ ଆଦର୍ଶ ଶିକ୍ଷୟତ୍ରୀ ସମ୍ମାନ- ବବିତା ସ୍ୱାଇଁ, ଶ୍ରେଷ୍ଠ କବି ଓ ପରିବେଶବିତ୍ ସମ୍ମାନ- ରବିନ୍ଦ୍ର କୁମାର ଦାସ, ଶ୍ରେଷ୍ଠ ଆଦର୍ଶ ଶିକ୍ଷକ ସମ୍ମାନ- ସୁମାନ୍ତ କୁମାର ଘୁଡୁଇ ଏବଂ ଶ୍ରେଷ୍ଠ କବିତା ଓ ନାଟ୍ୟକାର ସମ୍ମାନ- ପଣ୍ଡିତ ଅଲେଖ କୁମାର ପତିଙ୍କୁ ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ସାରସ୍ୱତ କବି ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ। ବାଲ୍ମିକୀ ଚରଣ ଲୁହା, ସନ୍ତୋଷ କୁମାର ସାହୁ, ତ୍ରିଲୋଚନ ବେହେରା, ପ୍ରଫୁଲ୍ଲ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ପଳଉ ନାୟକ, ମଦନ ବେହେରା, ପ୍ରେମାନନ୍ଦ ସ୍ୱାଇଁ ଓ ଶମ୍ଭୁଲାଲ ଅଗ୍ରଓାଲ ସାହିତ୍ୟ ସଂସଦର ସମସ୍ତ ସଦସ୍ୟ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।