ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟନ କଲେ ନରସିଂହ

ବଲାଙ୍ଗିର,ଏନ୍ଏନ୍ଏସ୍: ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଟନ ଇନଡୋର ଷ୍ଟାଡିଅମ ଠାରେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ବିଧିବଦ୍ଧ ଭାବେ ୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ବ୍ୟାଡମିନ୍ଟନ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ, ବଲାଙ୍ଗିର ବାରମ୍ବାର ରାଜ୍ୟ ସ୍ତରିୟ ଖେଳାଳି ପ୍ରସ୍ତୁତ କରିବା ସତ୍ୱେ ବ୍ୟାଡମିନ୍ଟନ କ୍ଷେତ୍ରରେ ଭିତ୍ତିଭୁମିର ଅଭାବ ନବ ପ୍ରତିଭାକୁ ପୁର୍ଣ୍ଣ ମାତ୍ରାରେ ବିକଶିତ କରିବାରେରେ ବାଧା ଶୃଷ୍ଟି କରୁଥିଲା । କିନ୍ତୁ, ଆଜି ସାରା ରାଜ୍ୟରେ ବଲାଙ୍ଗିର ଏଭଳି ଏକ ନିଆରା ଷ୍ଟାଡିଅମ ଗଠନ କରିବାରେ ସମର୍ଥ ହୋଇଛି । ଆମ ଖେଳାଳିମାନେ ନିଜର ପରିଶ୍ରମ ଓ ପ୍ରତିବଦ୍ଧତା ଜାରି ରଖିଲେ ଏହି ଷ୍ଟାଡିଅମ ଆଗାମୀ ଦିନରେ ନିଶ୍ଚୟ ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୪ ବର୍ଷ ପୁର୍ବେ ମୋର ଅନୁରୋଧକ୍ରମେ ତତକାଳିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଷ୍ଟାଡିଅମ ତିଆରି ପାଇଁ ସହେଯାଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତାହା ଅନେକାଂଶରେ ପୁରଣ ହୋଇଥିବାରୁ ବଲାଙ୍ଗିରବାସୀଙ୍କ ତରଫରୁ ମୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । କିନ୍ତୁ ପ୍ରକଳ୍ପର ସଂପୁର୍ଣ୍ଣତା ପାଇଁ ଏବେ ମଧ୍ୟ ଅନେକ କାମ ବାକି ରହିଛି । ତେଣୁ ଅଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସଂପୁର୍ଣ୍ଣତାର ଆଉ ଏକ ପ୍ରତିଶୃତି ଦିଅନ୍ତୁ ବୋଲି ଶ୍ରି ମିଶ୍ର ଆହ୍ୱାନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ଯୋଗ ଦେଇ ବଲାଙ୍ଗିରକୁ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବା ପାଇଁ ରାଜ୍ୟ ସଂଘ ଓ ପାଇ ଥିବା ସୁଯୋଗକୁ ସାମର୍ଥ୍ୟର ସହ ପାଳନ କରୁଥିବା ପାଇଁ ଜିଲ୍ଲା ସଂଘକୁ ସାଧୁବାଦ ଦେଇଥିଲେ ।

ଆହୁରି ଖୁବ୍‌ଶୀଘ୍ର ଉକ୍ତ ଷ୍ଟାଡିୟମରେ ସିନ୍ଥେଟିକ କୋର୍ଟ ଲଗାଯିବା ନେଇ ଘୋଷଣା କରିଥିଲେ । ସେହିପରି ବଲାଙ୍ଗିର ଏସପି ନିତିନ କୁଶଲକର ଓ ପୌରାଧକ୍ଷା ବଲାଙ୍ଗିର ବ୍ୟାଡମିନ୍ଟନ ସଂଘର ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିବା ସହ ବ୍ୟାଡମିନ୍ଟନ ପାଇଁ ସମସ୍ତ ସହଯୋଗ ଯୋଗଇ ଦିଅଯିବା ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ପ୍ରତିଯୋଗିତାର ସାଗଂଠନିକ ସଂପାଦକ ସୁରୁଲାଲ ମଟାରୀ ସଂଯୋଜନା କରିଥିବା ବେଳେ ରାଜ୍ୟ ସଂପାଦକ ନିଲିନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ କୁମାର ନାଗ ଭୁଷଣ, ଜିଲ୍ଲା ସଂଘ କାଯ୍ୟକାରୀ ସଭାପତି ପବିତ୍ର ବେହେରା, ପିଆର ହାଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନି ସେଠି ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅତିଥିମାନଙ୍କୁ ଜିଲ୍ଲା ସଂଘର କାଯ୍ୟକର୍ତ୍ତାମାନେ ଫୁଲତୋଡା ଦେଇ ସ୍ୱାଗତ କତିବା ସହ ମଞ୍ଚକୁ ପାଛୋଟି ନେଇଥିଲେ ।

ମଞ୍ଚରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଫିତା କାଟି ଖେଳ ଆରମ୍ଭ ଘୋଷଣା କରିଥିଲେ । ୩ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାକୁ ଚିଫ ରେଫରି ଗିତା ଦାସ, ମ୍ୟାଚ କଣ୍ଟ୍ରୋଲର ବିଜୟ ବାଗ ଓ ସଟଲ୍ କେନ୍ରୋ୍ଟଲର ଲକ୍ଷପତି ନନ୍ଦ ନିଜ ବୈଷୟୀକ ଦଳ ସହିତ ପରିଚାଳଣା କରିବେ ।

ଆଜି ପ୍ରଥମ ଦିନରେ ୯୮ଟି ମ୍ୟାଚ ହେବାକୁ ଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ୧୫ ବର୍ଷ ବାଳକ ବର୍ଗର ୨୧ଟି ମ୍ୟାଚରୁ ଆଦିତ୍ୟ ଆର୍ଯ୍ୟ ପ୍ରତାପ, ଅଂଶ ସିହ୍ନା, ଶୁଭ୍ରଜିତ ମେହେର, ଶ୍ରେୟାଂଶ ଜେନା, ବିନମ୍ର କେଡିଆ, ଶୁଭ୍ରକେତନ ମଲ୍ଲିକ, ଉଦୟ ଭାସ୍କର, ଜ୍ୟୋର୍ତିଆଦିତ୍ୟ, ଅୟୁଷ୍ମାନ ରାଏ, ଦିବ୍ୟମ କେଜ୍ରିବାଲ, ମୟାସ କୁମାର, ଓଜାଦିପ ମାଝୀ, ନାରେଶ ନାଏକ, ମନହର ନାଏକ, ମୋହିତ ବେହେରା, ଆରୁଷ ପ୍ରଧାନ, ପ୍ରତିକ ଅର୍ମାନ, ଆୟୁଷ ତ୍ରିପାଠୀ, ମହାରିଶି ଶୁକ୍ଲା, ଅଗସ୍ତ୍ୟ ନାୟକ ଓ ୧୭ବର୍ଷ ବାଳକ ବର୍ଗର ୮ଟି ମ୍ୟାଚରୁ ସାଇ କେଶବ ମୋଦି, ଅନିର୍ବନ ସାମନ୍ତ, ଜିବନ ପଣ୍ଡା, ଶୁଭମ ଦାଶ, ରିତେଶ ଦାଶ, ମାନବ ନାୟକ, ଜି ଶାସ୍ୱତ, ଜୟେଶ ଅଗ୍ରବାଲ ଆଗାମୀ ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତିା ସହରର ଶହ ଶହ ଛାତ୍ର ଛାତ୍ରୀ, ଖେଳ ପ୍ରେମୀ ପ୍ରତିଯୋଗିତାକୁ ବେଶ ଉପଭୋଗ କରୁଥରବା ଦେଖିବାକୁ ମିଳିଥିଲା ।