Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉତ୍କଳ ସମ୍ମିଳନୀର ରାଜ୍ୟ କାର୍ଯ୍ୟକାରିଣୀ ବାର୍ଷିକ ଉତ୍ସବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉତ୍କଳ ସମ୍ମିଳନୀର ରାଜ୍ୟ କାର୍ଯ୍ୟକାରିଣୀ ବାର୍ଷିକ ଉତ୍ସବ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ମହାସମାରୋହ ସ୍ଥାନୀୟ ଶାସ୍ତ୍ରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ସମ୍ମିଳନୀ ରାଜ୍ୟ ସରକାରଙ୍କୁ ଓଡ଼ିଶାର ଉନ୍ନୟନ ପାଇଁ ସବୁବେଳେ ଦିଗଦର୍ଶନ ଦେବାସହ ଉଚିତ ପରାମର୍ଶ ଦେଇଆସୁଛି ବୋଲି କହିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ବରେଣ୍ୟ ଅତିଥିଭାବେ ଯୋଗଦେଇ ଉତ୍କଳ ସମ୍ମିଳନୀ ରାଜ୍ୟର ଏକ ସର୍ବପୁରାତନ ଅଗ୍ରଣୀ ଅନୁଷ୍ଠାନ ଓ ଏହି ସଂଗଠନ ଯୋଗୁ ଆଜିର ନୂତନ ଓଡ଼ିଶା ସମ୍ଭବ ହୋଇପାରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ତଥା ସମ୍ମିଳନୀର ଜିଲ୍ଲା ସଭାପତି ଜଗନ୍ନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ସମ୍ପାଦକ ଦୁର୍ଗା ପ୍ରସାଦ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସାଇ କେୟାର ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ । ଜିଲ୍ଲା ସହସଂପାଦିକା ଡା. ସଂଯୁକ୍ତା ପଣ୍ଡା ଓ ସଂଗଠକ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ରାଜ୍ୟ ସଭାପତି ଅଦ୍ୱୈତ କୁମାର ପାତ୍ର ନିଜ ବକ୍ତବ୍ୟ ରଖିଥିଲେ । ଅଦ୍ୱୈତ କୁମାର ପାତ୍ର ଓ ଜଗନ୍ନାଥ ମହାପାତ୍ରଙ୍କୁ ପ୍ରତିଭା ସମ୍ବର୍ଦ୍ଧନା ଦିଆଯାଇଥିଲା । ଡା. ସୁରେନ୍ଦ୍ର ନାଥ ଦାଶଙ୍କ ଅନୁବାଦ ରହସ୍ୟ ଉପନ୍ୟାସ “ପାର୍ଟନର’ ଓ କବୟିତ୍ରୀ ଜ୍ୟୋସ୍ନା ମହାନ୍ତିଙ୍କ କବିତା ସଂକଳନ “ଜ୍ୟୋସ୍ନାଲୋକ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ସମ୍ମାନୀତ ଅତିଥିଭାବେ ନବରଙ୍ଗପୁର ଉପଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ହୋତା, ପୌରାଧ୍ୟକ୍ଷ କୁନୁ ନାୟକ ଓ କେନ୍ଦ୍ରୀୟ ସମ୍ପାଦକ ବିରେନ ମୋହନ ପଟ୍ଟନାୟକ ଯୋଗ ଦେଇଥିଲେ । ଅଧ୍ୟାପକ ଅଖିଳ ଭଟ୍ଟ ଧନ୍ୟବାଦ ଦେଇଥିଲେ ।

ସେହିପରି ଦ୍ୱିତୀୟ ଅଧିବେଶନରେ “ଆମ ଭାଷା ସଂସ୍କୃତି ଓ ଆଞ୍ଚଳିକତା’ ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସଭାପତି ଅଶୋକ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ବରେଣ୍ୟ ଅତିଥିଭାବେ ଆଇନଜୀବୀ ରାମ ପ୍ରସାଦ ପାତ୍ର, ଗୌରୀଶଙ୍କର ମାଝୀ, କେନ୍ଦ୍ରୀୟ ଉପସଭାପତି ସୁବ୍ରତ କୁମାର ସାହୁ, କେନ୍ଦ୍ରୀୟ ଉପସଭାପତି ପଦ୍ମନାଭ ସାମଲ, କେନ୍ଦ୍ରୀୟ ସମ୍ପାଦକ କମଳ ଚକ୍ରବର୍ତ୍ତୀ, ଗଜପତି ଜିଲ୍ଲା ସଭାପତି ଭରତ ଭୂଷଣ ମହାନ୍ତି ଓ କୋରାପୁଟ ଜିଲ୍ଲା ସଭାପତି ମଦନ ମୋହନ ନାୟକ ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ସୁରେଶ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ସଂଗଠିକା ସ୍ୱର୍ଣ୍ଣଲତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ତୃତୀୟ ଅଧିବେଶନରେ ଉପସଭାପତି ଡା. ବିଜୟ କୁମାର ମିଶ୍ର ଅଧ୍ୟକ୍ଷତାରେ ବରେଣ୍ୟ ଅତିଥି ଭାବେ ଦେବେନ୍ଦ୍ର ବାହିନୀପତି, ମନୋରଞ୍ଜନ ତ୍ରିପାଠୀ, ମାଲକାନଗିରି ଜିଲ୍ଲା ସଭାପତି ରଞ୍ଜନ କୁମାର ସ୍ୱାଇଁ, ରାୟଗଡ଼ା ଜିଲ୍ଲା ସମ୍ପାଦକ ରବି ନାରାୟଣ ଶତପଥୀ, କାର୍ଯ୍ୟକାରୀ ସଦସ୍ୟ ମନୋଜ ପାଢ଼ୀ, କୁଞ୍ଜ ବିହାରୀ ଦାଶ, ସହଦେବ ପରିଡ଼ା, ନନ୍ଦାହାଣ୍ଡି ବ୍ଲକ୍ ସଭାପତି ପ୍ରଭଞ୍ଜନ ତ୍ରିପାଠୀ, କୋଷାଗୁମୁଡ଼ା ବ୍ଲକ୍ ସଭାପତି ରବି ନାୟକ ଓ ରାଇଘର ବ୍ଲକ ସଭାପତି ଗୁରୁଦାସୀ ମଣ୍ଡଳ ଯୋଗ ଦେଇଥିଲେ । ଅଧ୍ୟାପିକା ମନୀଷା ସରକାର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବୟିତ୍ରୀ ଜେମାମଣୀ ବିଷୋୟୀ, ଜାହ୍ନବୀ ପଣ୍ଡା,କପିଳ ଚନ୍ଦ୍ର ମହାନ୍ତି, ଧରିତ୍ରୀ ପଣ୍ଡା, ସାନୁଜ କୁମାର ପାତ୍ର ଓ ପି. ରବିକାନ୍ତ ରଘୁରାମ ପ୍ରମୁଖ ଯୋଗ ଦେଇଥିଲେ । ସାଇ କେୟାର ଶିକ୍ଷାନୁଷ୍ଠାନ ଓ ନବରଙ୍ଗପୁର ପବ୍ଲିକ ସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।