ଧର୍ମେନ୍ଦ୍ରଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟ ବିଜେପି ସମ୍ପାଦକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରୁ ପାଟନାକୁ ମଇ ୧ ତାରିଖରେ ବିମାନ ସେବା ଆରମ୍ଭ ହେବ। ଏହି ବିମାନ ସେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ଟଙ୍କଧର କହିଛନ୍ତି ଯେ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରିଦୀପ ସିଂ ପୁରୀଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ା ସହ ପାଟନା ଓ ଗୌହାଟି ଆକାଶ ମାର୍ଗରେ ଯୋଡ଼ି ହେଉଛି। ଏହାଦ୍ୱାରା ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।