ବିହାର ଏସ୍‌ଏସ୍‌ବି କ୍ୟାମ୍ପରେ ଅଘଟଣ: ୩ ଯବାନ ମୃତ, ୯ ଆହତ

ପାଟନା,ଏଜେନ୍ସି: ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ବିହାରରେ ୩ ଯବାନଙ୍କ ମୃତ୍ୟୁ। ଏଥିସହ ଅନ୍ୟ ୯ ଜଣ ଯବାନ ଆହତ ହୋଇଥିବା ସୂଚନା। ସମସ୍ତଙ୍କୁ ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଗୁରୁତର ୪ ଯବାନଙ୍କୁ ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏସ୍‌ଏସ୍‌ବି ୪୫ବି ବାଟାଲିୟନ ବିହାର ବିରପୁର ମୁଖ୍ୟାଳୟର ଯବାନଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଟେଣ୍ଟ ବାନ୍ଧିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଆହତ ଯବାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସୂଚନାନୁସାରେ, ବିରପୁର ଅବସ୍ଥିତ ସଶସ୍ତ୍ର ସୀମା ବଳ ୪୫ତମ ବାଟାଲିୟନରେ ଯବାନଙ୍କ ତାଲିମ ଚାଲିଥିଲା। ଏହି ସମୟରେ ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।