ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ

କଲମ୍ବୋ,ଏଜେନ୍ସି: ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ଆଜି (ସୋମବାର) ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଗୋତାବାୟା ରାଜପାକସେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା।

ବର୍ତ୍ତମାନ ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଓ ପ୍ରତିବାଦ ବିକ୍ଷୋଭ ମଧ୍ୟରେ ରାଜନୈତିକ ଅସ୍ଥିରତା ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ଆଜି ନିଜ ପଦରୁ ଇସ୍ତଫା ଦୋଇଛନ୍ତି। ଏହା ସହ ଆର୍ଥିକ ସଙ୍କଟରେ ଜର୍ଜରିତ ଶ୍ରୀଲଙ୍କାର ରାଜନୈତିକ ଭବିଷ୍ୟତ ମଧ୍ୟ ଅନୁଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଗତକାଲି ଠାରୁ ଦେଶରେ ଜାତୀୟ ଜରୁରୀକାଳୀନ ସ୍ଥିତି ମଧ୍ୟ ଘୋଷଣା ହୋଇଛି।