ଜାନୁଆରୀ ୧୫ରୁ ବ୍ରାଜିଲରେ ଆରମ୍ଭ ହେବ ‘ସ୍ପୁଟନିକ ଭି’ ଉତ୍ପାଦନ

ମସ୍କୋ,ଏଜେନ୍ସି: ବ୍ରାଜିଲରେ ଆରମ୍ଭ ହେବ ‘ସ୍ପୁଟନିକ୍ ଭି’ ଟିକାର ଉତ୍ପାଦନ। କରୋନାକୁ ପ୍ରତିହତ କରିବା ପାଇଁ ଏହି ଟିକାର ଉତ୍ପାଦନ ଜାନୁଆରୀ ୧୫ ତାରିଖରୁ ଚାଲିବ। ଏନେଇ ବ୍ରାଜିଲର ଟିକା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅଗଷ୍ଟ ୧୧ରେ ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ଟିକାର ପଞ୍ଜୀକରଣ ହୋଇଥିଲା। ତେବେ ଏହା ବିଶ୍ୱରେ ସର୍ବପ୍ରଥମେ ପଞ୍ଜୀକରଣ ହୋଇଥିବା କୋଭିଡ-୧୯ ଟିକା ଭାବେ ମାନ୍ୟତା ପାଇଛି।