ନିରାଡ଼ମ୍ବରରେ ବାହା ହେଲେ କ୍ରୀଡ଼ା ମନ୍ତ୍ରୀ

କୋଣାର୍କ,ଏନ୍ଏନ୍ଏସ୍: କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି କାକଟପୁର ସ୍ଥିତ ଦେଉଳିମଠରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି।

ମନ୍ତ୍ରୀ ଶ୍ରୀ ବେହେରା ନିଜ ପୈତୃକ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ନଗର ପଞ୍ଚୟତ ବାଲିଡିଆର ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିନା ବାଣ ବାଜାରେ ନିରାଡ଼ମ୍ବର ପୂର୍ଣ୍ଣ ଶୋଭାଯାତ୍ରା କରି ବର ବେଶ ସାଜି ମନ୍ତ୍ରୀ ତୁଷାରକାନ୍ତି ଦେଉଳିମଠରେ ପହଞ୍ଚିଥିଲେ। ସେଠାରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଲୋକମାନଙ୍କ ପାଇଁ ନିରାମିଷ ଭୋଜିର ଆୟୋଜନ ହୋଇଥିଲା।