Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପବିତ୍ର ଭାଗବତ ସପ୍ତାହରେ ଆଧ୍ୟାତ୍ମିକ ପ୍ରବକ୍ତା ମଦନ ଗୋପାଳ ଦାସ ମହାରାଜ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପବିତ୍ର ଭାଗବତ ସପ୍ତାହରେ ଆଧ୍ୟାତ୍ମିକ ପ୍ରବକ୍ତା ମଦନ ଗୋପାଳ ଦାସ ମହାରାଜ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ପାଇକସାହିସ୍ଥିତ ଖେଳ ପଡ଼ିଆରେ ରାଧା ଦାମୋଦର ଭାଗବତ ପ୍ରବଚନ କମିଟି ତରଫରୁ ଭାଗବତ ସପ୍ତାହ ଓ ଜ୍ଞାନଯଜ୍ଞ ଗତ ନଭେମ୍ବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ୨୦ରେ ପୂର୍ଣ୍ଣାହୁତି ହେବ ବୋଲି ଭାଗବତ ପ୍ରଚାର କମିଟି ତରଫରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବୃନ୍ଦାବନ ଧାମ ରାଧାକୁଣ୍ଡରୁ ଭଗବତ ପ୍ରବକ୍ତା ମୋଦନ ଗୋପାଳ ଦାସ ମହାରାଜ ପ୍ରବଚକ ଭାବେ ଯୋଗଦେଇ ପବିତ୍ର ଭାଗବତର ବିଭିନ୍ନ ଶ୍ଳୋକ ଓ ଭାଗବତର ପ୍ରତ୍ୟେକଟି ଦିବ୍ୟ ଜ୍ଞାନକୁ ଲୋକଙ୍କ ନିକଟରେ ପହଞ୍ଚାଇବେ । ଏଥିସହ ସତ୍ୟ ସନାତନ ମାର୍ଗରେ ଚାଲିବା, ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ତାଙ୍କ ପଦାରବିନ୍ଦରେ ନିଜକୁ ସମର୍ପି ଦେବା, ଗୁରୁଜନଙ୍କୁ ସମ୍ମାନ ଦେବା ଓ ଆଧ୍ୟାତ୍ମିକ ସଚେତନତାର ମାର୍ଗଦର୍ଶନ ସମ୍ବନ୍ଧରେ ଉପସ୍ଥାପନ କରାଯିବ । ଏହି ଆଧ୍ୟାତ୍ମିକ ସ୍ଥଳରେ ପ୍ରତିଦିନ ପ୍ରଭୁନାମ ସଂକୀର୍ତନ ଅହରହ ଚାଲିଛି । ପ୍ରବକ୍ତା ଶ୍ରୀ ଦାସ ମହାରାଜଙ୍କୁ ପ୍ରତ୍ୟହ ଭକ୍ତ ଓ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡପ ନିକଟକୁ ସ୍ୱାଗତ କରିନେବା ପରେ ପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତି କରାଯାଉଛି । ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ମୁନିଗୁଡ଼ାର ମୁନିଖୋଲ, ପାଇକସାହି, ଗୌଡ଼ସାହି, ଗଣେଶ ନାଗର, ସୁଣ୍ଡି ସାହି, ବଗିଚା ସାହି, ଜଗ କଲୋନୀ ଖମଣସାହି, ଗୋବର୍ଦ୍ଧନ, ଗତିଗୁଡ଼ା, ଟିକରପଡ଼ା ସହ ଆଖପାଖ ଗ୍ରାମ ତେଲେଙ୍ଗାପଦର, ଗଙ୍ଗରପଡ଼ା, ଭୈରବଗଡ଼, କୁଟ୍ରାଗଡ଼ ସହ ବିଭିନ୍ନ ଗ୍ରାମାଞ୍ଚଳର ଭାଗବତ ଟୁଙ୍ଗୀର ଭାଗବତ ପ୍ରେମୀ ଓ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି । ପ୍ରତିଦିନ ଭକ୍ତଙ୍କ ପାଇଁ ଅନ୍ନ ଭୋଗର ଆୟୋଜନ କରାଯାଉଛି । ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମକୁ ରାଧାଦାମୋଦର ଭାଗବତ ପ୍ରବଚନ କମିଟିର ରୁଦ୍ରପ୍ରସାଦ ରତ୍ନାଲୁ, ପ୍ରଭାକର ଲବଲା, ଅଜିତ ମହାରଣା ଓ ବଂଶୀଧର ନନ୍ଦ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।