ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା, ସିନିୟର ଛାତ୍ରୀଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଜେବି କଲେଜରେ ଯୁକ୍ତ ୩ କଳା ବିଭାଗରେ ପଢୁଥିବା ଛାତ୍ରୀ ରୁଚିକା ମହାନ୍ତି ଗତକାଲି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ତଦନ୍ତ ପାଇଁ ଆଜି କଲେଜରେ ପହଞ୍ଚିଛି ତିନି ଜଣିଆ ଟିମ୍‌। ଅତିରିକ୍ତ ଡିସିପି ପିକେ ରାଉତଙ୍କ ନେତୃତ୍ବରେ ତଦନ୍ତ କରୁଛି ସ୍ପେଶାଲ ଟିମ୍। ଏନେଇ ହଷ୍ଟେଲ ଓ୍ବାର୍ଡେନ ଓ ସୁପରିଟେଣ୍ଡଣ୍ଟକୁ ତଦନ୍ତ ପରିସରକୁ ନେଇଛି ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ରୁଚିକାଙ୍କ କ୍ଲାସମେଟଙ୍କୁ ପଚରାଉଚୁରା କରିଥିବାବେଳେ ରବିବାର ସିନିୟର ଛାତ୍ରୀଙ୍କୁ ଜେରା କରାଯାଇଛି।

ଏନେଇ ହଷ୍ଟେଲରେ ଥିବା ସିନିୟର ଅର୍ଥାତ ଦ୍ବିତୀୟ ବର୍ଷ ଓ ତୃତୀୟ ବର୍ଷର ୧୩୪ ଜଣ ଛାତ୍ରୀଙ୍କୁ ଜଣ ଜଣ କରି ପଚାରୁଛି ପୁଲିସ। ଏହା ପୂର୍ବରୁ ହଷ୍ଟେଲର ହୋଇଥିବା ବାଦବିବାଦ ବାବଦରେ ତନାଘନା କରୁ ଥିବା ଏସିପି ପରେଶ ରାଉତ କହିଛନ୍ତି।