ହନୁମାନ ପଇସା କାରବାର ବେଳେ ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ବେପାରୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତ୍ରାପାଲି ଗ୍ରାମରେ ୫ ଲକ୍ଷ ଟଙ୍କାର ହନୁମାନ ପଇସା ଡିଲ ବେଳେ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ବେପାରୀକୁ କାବୁ କରିଛି । ଅଭିଯୁକ୍ତ ଜଣକ ହେଲେ ହରିପୁର ଗ୍ରାମର ଯୁଗୀ ନାଗ । ମିଳିଥିବା ରିପୋର୍ଟ ମୁତାବକ, ଖବର ପାଇ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ ରିଆମାଳ ଥାନା ଅନ୍ତର୍ଗତ କତ୍ରାପାଲି ଗ୍ରାମରେ ଅପେକ୍ଷା କରିଥିଲେ । ଏହି ସମୟରେ ଡିଲ ପାଇଁ ହନୁମାନ ପଇସା ସହ ଅଭିଯୁକ୍ତ ଆସିବାରୁ ସ୍ପେଶାଲ ସ୍କ୍ୱାର୍ଡ କାବୁ କରିଛି । ପରେ ଅଭିଯୁକ୍ତକୁ ରିଆମାଳ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ ରଥ ପ୍ରକାଶ କରିଛନ୍ତି ।